ବିଜେପିକୁ ଟିଆର୍‌ଏସ୍‌ ନେତାଙ୍କ ଟାର୍ଗେଟ୍‌, ଅମିତ ଶାହଙ୍କୁ ୨୭ ପ୍ରଶ୍ନ ପଚାରିଲେ କେସିଆର୍‌ଙ୍କ ପୁଅ

ନୂଆଦିଲ୍ଲୀ, ୧୪।୦୫: ତେଲେଙ୍ଗାନାରେ ସ୍ଥିତି ସୁଦୃଢ଼ କରିବାରେ ଲିଗିଛି ଭାରତୀୟ ଜନତା ପାର୍ଟି । ଗୃହମନ୍ତ୍ରୀ ଅମିତ ଶାହଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ବିଜେପି ରାଜ୍ୟ ପ୍ରତି ଅନ୍ୟାୟ କରିଥିବା ଆରୋପ ଲଗାଇଛନ୍ତି । ଗୃହମନ୍ତ୍ରୀଙ୍କୁ ସେ ୨୭ଟି ପ୍ରଶ୍ନ ପଚାରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟିଆର୍‌ ବିଜେପି ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି । ବିଜେପି ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତିରୁ ଗୋଟିଏ ବି ପୂରଣ କରିନାହିଁ, ବରଂ ବିଜେପି ଶାସିତ ଗୁଜୁରାଟ ରାଜ୍ୟରେ ସମସ୍ତ ଆବଶ୍ୟକତା ପୂରଣ କରୁଥିବା ସେ କହିଛନ୍ତି । କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ତେଲେଙ୍ଗାନା ସହିତ ସଉତୁଣୀ ଭଳି ବ୍ୟବହାର କରୁଥିବା କେଟିଆର୍‌ କହିଛନ୍ତି । ଏନେଇ ସେ ୨୭ ଟି ପ୍ରଶ୍ନ ପଚାରିଛନ୍ତି । ଏଥିସହ ସେ ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି ଯେ ଯଦି ତୁମ ସରକାର ରାଜ୍ୟ ପ୍ରତି ସମ୍ପୂର୍ଣ୍ଣ ସଚ୍ଚୋଟ ତେବେ ଜନସଭା ଭାଷଣରେ ତାଙ୍କର ମତ ରଖନ୍ତୁ । ଆମେ ତେଲେଙ୍ଗାନା ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବୁ ଏବଂ ଆନ୍ଧ୍ରପ୍ରଦେଶ ପୁନଃର୍ଗଠନ ଅଧିନିୟମ ଅନୁସାରେ ଆମର ଉଚିତ୍‌ ଅଂଶ ଦାବି କରିବୁ ବୋଲି କେଟିଆର୍‌ କହିଛନ୍ତି  । ତେବେ କେଟିଆର୍‌ ପଚାରିଥିବା ୨୭ ପ୍ରଶ୍ନରେ ଆନ୍ଧ୍ରପ୍ରଦେଶ ପୁନଃର୍ଗଠନ ଅଧିନିୟମ ଅନୁସାରେ ଦିଆଯାଇଥିବା ପ୍ରତିଶୃତିକୁ ଅଣଦେଖା କରିବା, ତଲେଙ୍ଗାନାରେ ମେଡିକାଲ୍‌ କଲେଜ୍‌ ନକରିବା ଆଦି ସମସ୍ୟାକୁ ନେଇ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.