ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ୭ ଗିରଫ

ବଡ଼ବିଲ ୧୬।୦୫: ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଏକ ୧୪ ଚକିଆ ଟ୍ରକ୍ ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି।  ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲରୁ ମଧ୍ୟରୁ ଏହି ମାଙ୍ଗାନିଜ ଖୋଳାଯାଇ ଟ୍ରକ ଯୋଗେ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଛି । ଟ୍ରକ୍‌ରେ ୨୦ ମେଟ୍ରିକ୍ ଟନ୍‌ ମାଙ୍ଗାନିଜ ବୋଝେଇ ହୋଇଛି । ଯାହାର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।  ଗିରଫ ମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ବ୍ୟକ୍ତି ଓ ମାଙ୍ଗାନିଜ କିଣିବାକୁ ଆସିଥିବା ଦୁଇଜଣ ଚୋରା ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.