ପାକିସ୍ତାନରେ ଅସୁରକ୍ଷିତ ସିଖ୍ ସମୁଦାୟ : ୨ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୧୬/୦୫: ପାକିସ୍ତାନରେ ଅସୁରକ୍ଷିତ ଅଣ ମୁସଲିମ । ଲଗାତର ଭାବେ ହିନ୍ଦୁଙ୍କ ଉପରେ ପାକିସ୍ତାନରେ ଆତଙ୍କ ବଢିଚାଲିଛି । ଏହାମଧ୍ୟରେ ଶନିବାର ଦୁଇ ସିଖ୍ ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଖୈବର ପଖତୁନଖ୍ୱା ପ୍ରାନ୍ତରେ ଏହି ଘଟଣା ଘଟିଛି । ପେଶାଓ୍ୱାର ପୋଲିସର କହିବାନୁସାରେ, ଉଭୟ ସିଖ୍ ବ୍ୟକ୍ତି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ସେମାନଙ୍କର ଏକ ଦୋକାନ ମଧ୍ୟ ଥିଲା । ଦୋକାନ ବନ୍ଦ କରିଫେରୁଥିବା ବେଳେ ସେମାନଙ୍କୁ ଗୁଳି ମାଡ କରାଯାଇଥିଲା । ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱାୟ ହେଲେ ସଲଜିତ ସିଂ ଓ ରଞ୍ଜିତ ସିଂ । ପୋଲିସ ସିସିଟିଭ୍ ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ତେବେ କେହି ହେଲେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ପେଶାଓ୍ୱାରରେ ରହୁନ୍ତି ୧୫ ହଜାର ସିଖ ପେଶାଓ୍ୱାରରେ ସିଖ୍ ସମୁଦାୟର ୧୫ ହଜାର ଲୋକ ରୁହନ୍ତି । ଅଧିକାଂଶ ଜୋଗନ ଶାହରେ ରୁହନ୍ତି । ସେମାନେ ବ୍ୟବସାୟ କରି ପରିବାର ଚଳାଇଥାନ୍ତି । ଆଉ କିଛି ମେଡିସିନ ଦୋକାନ ମଧ୍ୟ ଦେଇଛନ୍ତି । ହତ୍ୟାକାଣ୍ଡକୁ ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ କଡା ନିନ୍ଦା କରିଛନ୍ତି । ହତ୍ୟାକାରୀକୁ ଗିରଫ ପାଇଁ ସେ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏପରି କରି ଦୁର୍ବୃତ୍ତମାନେ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ସେ କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.