କନ୍ଧମାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଲୋକ ଅଦାଲତ ଅନୁଷ୍ଠିତ..

ଫୁଲବାଣି : କନ୍ଧମାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଦୈାରା ଜଜ୍‌ଙ୍କ ଅଦାଲତରେ ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନ୍ୟାୟିକ ପଦ୍ଧତି ମାଧ୍ୟମରେ ଫଇସିଲା ଉଦ୍ଧେଶ୍ୟରେ ଫୈାଜଦାରୀ ମାମଲା ଓ ଦେୱାନୀ, ମୋଟର ଦୁର୍ଘଟଣା ଜନିତ କ୍ଷତି ପୁରଣ, ପାରିବାରିକ ଓବୈବାହିକ ବିବାଦ ସମ୍ବନ୍ଦୀୟ ଆଦି ମାମଲା ଏହି ଅଦାଲତରେ ଆଗତ କରାଯାଇଥିଲା । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରଧିକରଣର ଅଧକ୍ଷ ଶ୍ରୀ ଶୀତକଣ୍ଠ ସାମଲଙ୍କ ଠାରୁ ପ୍ରପ୍ତ ତଥ୍ୟ ଅନୁଶାରେ ୩୭୫ ଗୋଟି ଅର୍ଥ ଅସୁଲି ମାମଲାରେ ୫୯ ଲକ୍ଷ ୧୯ ହଜାର ୮ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୦୩ ଗୋଟି ବିଦ୍ୟୁତ, ପାଣି ଓ ଅନ୍ୟ ମାମଲାରେ ୩ହଜାର ୩ଶହ ୭୫ ଟଙ୍କା ଆଦାୟ କରାଯାଇଥିଲା । ଏବଂ ୨୪ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା ଫଇସିଲା କରାଯାଇଥିଲା କରାଯାଇଥିଲା । ସେହିପରି ୧୧ ଗୋଟି ଫୌଜଦାରୀ ୪ ଗୋଟି ନିଶା ଦ୍ରବ୍ୟ ମାମଲା ମଧ୍ୟ ଫଇସିଲା କରାଯାଇଥିଲା । ୮ ଗୋଟି ଅର୍ଥ ଅସୁଲି ମାମଲା ବିଚାର କରାଯାଇ ୪୧ ଲକ୍ଷ ୯୦ ହଜାର ୨୩୮ ଟଙ୍କା ଆଦାୟ କରାଯାଇଥିବା ବେଳେ ୪ଗୋଟି ମଟୋର ଯାନ ମାମଲା ରେ ୮ ଲକ୍ଷ ୫୦ ହଜାର ଟଙ୍କା ୧୨ ଗୋଟି ବୈବାହିକ ମାମଲାରେ ୮୭ ହଜାର ୨ଶହ ଟଙ୍କା ଆଦାୟ କରାଯାଇଥିଲା । ଏତଦ୍ ବ୍ୟତିତ ୫୩ଟି ଫୌଜଦାରୀ, ମୋଟର ଯାନ ଓ ଅନ୍ୟାନ ମାମଲା ଫଇସିଲା କରାଯାଇଛି । ଏଥିରେ ମାନନୀୟ ଦୈାରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷ ଶ୍ରୀ ଶୀତକଣ୍ଠ ସାମଲ, ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ ତଥା ଭିଜିଲାନ୍ସ ଜଜ୍ ଶ୍ରୀ ସନ୍ତୋଷ କୁମାର ଜେନା, ପାରିବାରିକ ଅଦାଲତ ବିଚାରପତି ସୃତିଲେଖା ବାରିକ,ଅତିରିକ୍ତ ଜିଲ୍ଲା ଦୈାରା ଜଜ୍ ,ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ଫୁଲବାଣୀ ଶ୍ରୀ ବାଷ୍କର ଚନ୍ଦ୍ର ସାହୁ , ସ୍ଥାୟୀ ଲୋକ ଅଦାଲତ, ଫୁଲବାଣୀରେ ଜଜ ଶ୍ରୀ ସନ୍ତୋଷ କୁମାର ନାୟକ,ଦେୱାନୀ ଅଦାଲତର ରେଜିଷ୍ଟାର ଶ୍ରୀ ସି .ଏ ଦେଶପ୍ରୀୟ ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରମାଦେବୀ ସୋରେନ ଏବଂ ବାର ଆସୋସିୟସନର ସଦସ୍ୟ ଓ ସଭାପତିଙ୍କ ଇଜଲାସରେ ମାମଲା ଗୁଡିକର ବିଚାର କରାଯାଇଥିଲା । ଏହି ମାମଲାରେ ଜଡିତ ସରକାରୀ ପଦାଧିକାରୀ, ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.