ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର-ହେଲପର ମୃତ

ନୂଆଦିଲ୍ଲୀ ୧୭/୦୫: ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡିଲା ଟ୍ରକ୍ । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମଣିପୁର ସେନାପତି ଜିଲ୍ଲା ଚାକୁମେଇ ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ହେଲପରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଡ୍ରାଇଭର ନିଖୋଜ ଅଛନ୍ତି । ନିଖୋଜଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ୩ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ତେବେ ବ୍ରିଜ୍ ତଳେ ଥିବା ପାଣିରେ ପ୍ରଖରତା ଅଧିକ ରହିଛି । ପ୍ରବଳ କରେଣ୍ଟ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ବ୍ରିଜଟି ଅଣଓସାରିଆ ହୋଇଥିବା ବେଳେ ସେଠାରେ ୟୁ ଟର୍ଣ୍ଣ ରହିଛି । ତେଣୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.