ତେଲ କଢେଇରୁ ଲାଗିଲା ନିଆଁ, ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର

ଆଠଗଡ଼ ୧୭।୦୫ : ତେଲ କଢେଇରୁ ଲାଗିଲା ନିଆଁ । ଅସାବଧାନତା ଯୋଗୁଁ ପୋଡିଗଲା ଦୁଇ ବଖରା ଘର । କଟକ ଜିଲ୍ଲା ତିଗିରିଆ ଥାନା ଅଚଳୋକୋଟ ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅଚଳୋକୋଟ୍ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେଲ କଢେଇରୁ ଲାଗିଲା ନିଆଁ । ଫଳରେ ଅଚଳୋକୋଟ୍ ଗାଁର ବିପିନି ଖଟୁଆ ଏବଂ ଯୋଗେଶ ଖଟୁଆଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଛି। ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି।

Leave A Reply

Your email address will not be published.