ଅସହ୍ୟ ହେବ ଗୁଳୁଗୁଳି, ମେ’ ୧୮ ପରେ କମିବ ଗରମ

ଭୁବନେଶ୍ୱର, ୧୭/୦୫: ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରାଜ୍ୟରେ ତାପମାତ୍ରା କମିଥିଲେ ବି ଗୁଳୁଗୁଳି ଜାରି ରହିବ । ୧୮ ତାରିଖ ପରେ ବର୍ଷା ଯୋଗୁ ଗରମ କମିପାରେ । ସେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ​ସୋମବାର ରାଜ୍ୟର ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ସର୍ବାଧିକ ୪୨.୮ଡିଗ୍ରୀ, ସୋନପୁର ଓ ବୌଦ୍ଧର ତାପମାତ୍ରା ୪୨.୫ଡିଗ୍ରୀ ରେକର୍ଡ ହୋଇଛି ।  ବୌଦ୍ଧର ତାପମାତ୍ରା ୪୨.୫, ବରଗଡ ଓ ଟିଟିଲାଗଡର ୪୨.୪, ଭବାନୀପାଟଣା ଓ ମାଲକାନଗିରି ଓ ନୂଆପଡାର ୪୧.୫, ଝାରସୁଗୁଡାର ୪୦.୮ ଓ ସମ୍ବଲପୁରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । କିନ୍ତୁ ଉପକୂଳ ଓଡିଶାରେବିଭିନ୍ନ ଜିଲ୍ଲାର ତାପମାତ୍ରା କମ୍‌ ଥିଲା । ଭୁବନେଶ୍ୱର, କଟକ, ଗୋପାଳପୁର, ପାରାଦୀପ, ପୁରୀ, ଅନୁଗୁଳ, ଚାନ୍ଦବାଲିରେ ତାପମାତ୍ରା ୩୫ଡିଗ୍ରୀରୁ କମ୍‌ ଥିଲା ।

Leave A Reply

Your email address will not be published.