ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ

ଲମତାପୁଟ ୧୭।୦୫: କାରରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ । କୋରାପୁଟ ଜିଲ୍ଲା ଲମତାପୁଟ ସୁର୍ମି ଗାଁରୁ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି । ଖବର ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ମିଳିତ ଭାବେ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲେ। ଏକ କାର ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । କାର କୁ ଅଟକାଇ ଯାଞ୍ଚ କରିବାରୁ କାର୍ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରଥିଲା। ୪ ଟି ବସ୍ତାରୁ ୧ କ୍ବିଣ୍ଟାଲ ୬କେଜି ଗଂଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.