ଚାରିଧାମ ଯାତ୍ରା : ହୃଦଘାତ ଓ ପାହାଡ଼ ଚଢ଼ିବାରେ ସମସ୍ୟା ପାଇଁ ଏବେ ସୁଦ୍ଧା ୩୯ ଜଣ ଯାତ୍ରୀଙ୍କ ମୃତ୍ୟୁ

ଡେରାଡୁନ ୧୬/୦୫ : ଚଳିତ ମାସ ମେ ୩ ତାରିଖରୁ ଉତ୍ତରାଖଣ୍ଡରେ ୪ ଧାମ ଯାତ୍ରା ଆରମ୍ଭ ହୋଇଛି। ଦୁଇ ବର୍ଷ ପରେ ପୁଣି ଥରେ ଏହି ଯାତ୍ରା ଆରମ୍ଭ ହୋଇଥିବାରୁ ଏଥିରେ ପର୍ଯ୍ୟଟକଙ୍କର ଖୁବ ଭିଡ଼ ଦେଖିବାକୁ ମିଳିଛି। ଦୁଃଖର ବିଷୟ ଏହାଯେ ଏହି ଯାତ୍ରା ଆରମ୍ଭ ହେବାର ୨  ସପ୍ତାହ ପୁରା  ହୋଇନାହିଁ  କିନ୍ତୁ ଏହା ମଧ୍ଯରେ ୩୯ ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଚାରି ଧାମ ଯାତ୍ରାର ଜଣେ ଅଧିକାରୀ କହିଛନ୍ତି ଅଧିକାଂଶ ଯାତ୍ରୀଙ୍କର ମୃତ୍ୟୁ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼଼ିବା ବେଳେ ଉପୁଜିଥିବା ସମସ୍ୟାରୁ ହୋଇଛି। ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ଶୈଳଜା ଭଟ୍ଟ ଖବର ସରବରାହ ସଂସ୍ଥା ଏଏନଆଇକୁ କହିଛନ୍ତି ଅଧିକାଂଶ ତିର୍ଥଯାତ୍ରୀଙ୍କ ମୃତ୍ୟୁ ଯାତ୍ରା  ସମୟରେ ହୋଇଛି । ସମସ୍ତ ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ ଉପୁଜିଥିବା ସମସ୍ୟା  ପାଇଁ ହୋଇଛି । ଉତ୍ତରାଖଣ୍ଡର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଋଷିକେଶ ବ୍ୟତିତ ଚାରି ଧାମ ଯିବା ରାସ୍ତାରେ ବିଭିନ୍ନ ଜାଗାରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଗତ ସପ୍ତାହ ଆରମ୍ଭରେ ଉତ୍ତରାଖଣ୍ଡର ଡିଜି କହିଥିଲେ ଯାତ୍ରା ମାର୍ଗରେ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଯାତ୍ରୀମାନଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଡାକ୍ତର ଶୈଳଜା ଭଟ୍ଟ କହିଛନ୍ତି  ଋଷିକେଶ ଆଇଏସବିଟିରେ ଥିବା ପଞ୍ଜୀକରଣ କେନ୍ଦ୍ରରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି । ପାଣ୍ଡୁକେଶ୍ୱରରେ ଡୋବଟା, ହିନା, ଓ ବଦ୍ରୀନାଥ ଧାମର ତିର୍ଥଯାତ୍ରୀମାନଙ୍କ ପାଇଁ କ୍ରମାଗତ ଭାବେ ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ  ରାସ୍ତାରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଛି । ସେ ଆହୁରି କହିଛନ୍ତି ଯେଉଁ ଯାତ୍ରୀମାନଙ୍କର କୌଣସି ଶାରୀରିକ ଅସୁସ୍ଥତା ଲକ୍ଷଣ ଦେଖାଯାଉଛି  ତାଙ୍କୁ ସୁସ୍ଥ ହେବା ପରେ ଯାତ୍ରାରେ ଯିବା ପାଇଁ ପରାମର୍ଶ ଦିଆଯାଉଛି। ସୂଚନାଥାଉକି, ଚଳିତ ମାସ ୩  ତାରିଖରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଦ୍ୱାରା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ପୋର୍ଟଲର ଉଦ୍ଘାଟନ ହୋଇଥିବା ବେଳେ ମେ ୬ରେ କେଦାରନାଥ ଓ ମେ ୮ରେ ବଦ୍ରୀନାଥଙ୍କ ଦ୍ୱାର ଖୋଲିଥିଲା।  

Leave A Reply

Your email address will not be published.