ବିବାହ ପାଇଁ ଝିଅ ବିକ୍ରି, ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବିବାହ ପାଇଁ ଝିଅ ବିକ୍ରି! ଚାକିରି ଦେବା ବାହାନାରେ ବାହାର ରାଜ୍ୟକୁ ଚାଲାଣ କରିବାପରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଛି। ଏହି ଜାଲରେ ସହଜରେ ଫସିଯାଉଛନ୍ତି ଗରିବ ଓ ଅଭାବୀ ଘରର ଝିଅମାନେ। ବିକ୍ରି ହୋଇଥିବା ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର ପରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ବିବାହ ପାଖ ଗାଁରେ ସ୍ଥିର ହୋଇଥିଲା। ଆଉ କିଛିମାସ ପରେ ସେ ଶାଶୂ ଘର ଯାଇଥା’ନ୍ତେ। ହେଲେ ଗରିବ ବାପା ବିବାହ ଖର୍ଚ୍ଚ ତୁଲାଇବାକୁ ଅକ୍ଷମ ଥିବାରୁ ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାହାର ରାଜ୍ୟକୁ ପାଦ କାଢ଼ିଥିଲେ ଝିଅ। ଆଶା ଥିଲା ଭଲ ରୋଜଗାର କରି ବିବାହରେ ବାପାଙ୍କ ବୋଝକୁ ହାଲୁକା କରିବ। ରୋଜଗାର ପାଇଁ ସେ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଯାଇଥିବାରୁ ବାପା ବି ତାଙ୍କୁ ମନା କରି ନଥିଲେ। ଘଟଣାକ୍ରମେ, ସେ ଲୁହୁରାଢିପାର ଜଣେ ଯୁବତୀକୁ ନିଜ ସମସ୍ୟା କହିଥିଲେ। ଉକ୍ତ ଯୁବତୀ ତାଙ୍କୁ ଭଲ ରୋଜଗାର ସ୍ଥାନକୁ ନେଇଯିବାର ବିଶ୍ବାସ ଦେଇ ଝାରସୁଗୁଡ଼ା ନେଇ ଯାଇଥିଲା। ସେଠାରେ ଅପେକ୍ଷା କରିଥିଲେ ୩ ଦଲାଲ। ସେମାନଙ୍କ ହାତରେ ତାଙ୍କୁ ଦେଇ ଫେରିଆସିଥିଲା ଯୁବତୀ। ଦଲାଲମାନେ ଯୁବତୀକୁ ଭଲ କାମ ଓ ଅଧିକ ରୋଜଗାରର ଲୋଭ ଦେଖାଇ ମଧ୍ୟପ୍ରଦେଶ ‌ନେଇ ଯାଇଥିଲେ। ଗଲାବେଳେ ତାଙ୍କୁ ଅଗ୍ରିମ ୫୦ ହଜାର ଟଙ୍କା ଦେଇଥିଲେ। କେବେ ଏତେ ଟଙ୍କା ଛୁଇଁ ନଥିବାରୁ ସେ ଚମକି ପଡ଼ିଥିଲେ, ସନ୍ଦେହ ବି କରିଥିଲେ। କିନ୍ତୁ ଆଗକୁ ବିବାହ ଥିବାରୁ ସେମାନଙ୍କ ସହ ଯିବାକୁ ରାଜି ହୋଇଗଲେ।

Leave A Reply

Your email address will not be published.