୧୧୦ କୋଟିର ଜଳ ସେଚନ ପ୍ରକଳ୍ପ ଉଦଘାଟନ କଲେ ରାଜ୍ୟ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ

ମାର୍ସାଘାଇ ୧୮/୦୫ : ଚାଷ ଜମିକୁ ଜଳ ସେଚନ ପାଇଁ ୨୦୧୪- ୧୫ ମସିହାରୁ ଆରମ୍ଭ ହୋଇଥିବା କେନାଲକୁ ରାଜ୍ୟ ଜଳ ସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ ବୁଧବାର ଉଦଘାଟନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କଳାବୁଦାରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଚାଷ ଜମିକୁ ଜଳ ସେଚନ ପାଇଁ ଆରମ୍ଭ ହୋଇଥିବା କେନାଲର ଆଜି ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି। ୧୧୦ କୋଟି ଟଙ୍କା  ଅଟକଳ ବ୍ଯୟରେ ତିଆରି ହୋଇଥିବା ଏହି କେନାଲରେ ୫୪ ଟି ଶାଖା କେନାଲ ରହିଛି। ଏହି ଶାଖା କେନାଲରେ ପାଣି ସିଧା ଚାଷ ଜମିରେ ପହଞ୍ଚିବ। ଏହି କେନାଲ ଦ୍ବାରା ୩ ଟି ଜିଲ୍ଲାର ଥିବା ୪ଟି ବ୍ଲକର ୬୪ଟି ଗାଁର ଲୋକମାନେ ତଥା ତୃଷକ ଉପକୃତ ହୋଇ ପାରିବେ।

Leave A Reply

Your email address will not be published.