ଭୋଟର ପରିଚୟ ପତ୍ର ଦେବା ପାଇଁ ଲାଞ୍ଚ ମାଗୁଛନ୍ତି ଅଧିକାରୀ, ଭାଇରାଲ୍‌ ହେଉଛି ଭିଡିଓ

ଟିଟିଲାଗଡ଼, ୧୮/୦୫: ଟିଟିଲାଗଡ଼ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ଏକ ଭଡିଓ । ଯେଉଁଥିରେ କି ଜଣେ ସରକାରୀ ବାବୁ ନିଜର ପଦ ମର୍ଯାଦାକୁ ଭୁଲି ୩୦୦ଟଙ୍କା ଲାଞ୍ଚ ନେଉଛନ୍ତି । ଭିଡିଓଟି ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯାଳୟର ଓ ଲାଞ୍ଚୁଆ କର୍ମଚାରୀ ଜଣକ ନିର୍ବାଚନ ବିଭାଗର ବୋଲି ଜଣାପଡୁଛି । ଜଣେ ବ୍ୟକ୍ତିଙ୍କ ଭୋଟ ପରିଚୟ ପତ୍ର ଦେବାପାଇଁ କର୍ମଚାରୀ ଜଣକ ୫୦୦ ଟଙ୍କା ମାଗିଥିଲେ ଓ ତାହା ୩୦୦ ଟଙ୍କାରେ ଛିଣ୍ଡିଥିଲା ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟଜଣେ ବ୍ୟକ୍ତି ନିଜ ମୋବାଇଲ କ୍ୟାମେରାରେ ଘଟଣାକୁ କଏଦ କରିଥିଲେ  ।

Leave A Reply

Your email address will not be published.