ସଡ଼କରେ ରଙ୍ଗସାଇଡ୍ ଡ୍ରାଇଭ୍ ବେଳେ ଦୁର୍ଘଟଣାର ଶିକାର ହେଲେ ମିଳିବନି କ୍ଷତିପୂରଣ: କୋର୍ଟ

ନୂଆଦିଲ୍ଲୀ ୧୮।୫: ସଡ଼କରେ କେବେ କେବେ ଲୋକେ ରଙ୍ଗସାଇଡ୍‌ରେ ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣା ହୋଇଥାଏ।  ତେବେ ଏପରି ବାହନ ଚାଳକଙ୍କ ଲାଗି ଦିଲ୍ଲୀ ରୋହିଣୀ କୋର୍ଟ ବୁଧବାର ବଡ଼ ରାୟ ଦେଇଛନ୍ତି। ରଙ୍ଗସାଇଡରେ ଗାଡ଼ି ଚଳାନା କରି ଦୁର୍ଘଟଣାର ଶିକାର ହେଲେ ପୀଡ଼ିତଙ୍କୁ କ୍ଷତିପୂରଣ ମିଳିବନି ବୋଲି କୋର୍ଟ ସଫା ସଫା କହିଛନ୍ତି। ଏକ ମାମଲାର ଶୁଣାଣିରେ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ରାସ୍ତାରେ ରଙ୍ଗ ଡ୍ରାଇଭ କରିବା ଯୋଗୁ ଦୁର୍ଘଟଣାରେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ବି ଯେହେତୁ ଭୁଲ ରାସ୍ତାରେ ଗାଡି ଚଳାଉଥିଲେ ତେହେତୁ କ୍ଷତିପୂରଣ ଲାଗି ହକଦାର ହେବେ ନାହିଁ । ଏହି ମାମଲାରେ ଦୁଇ ଜଣ ଯୁବକ ଏକ ରାତିରେ ବାଇକ୍ ଯୋଗେ ରାସ୍ତାର ରଙ୍ଗ ସାଇଡରେ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା କାର ସହ ସେମାନଙ୍କର ଧକ୍କା ହୋଇଥିଲା। ଫଳରେ ବାଇକରେ ସବାର ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲା। କୋର୍ଟରେ ମାମଲାର ଶୁଣାଣି ବେଳେ ଏହି ଦୁର୍ଘଟଣା ରାତି ପ୍ରାୟ ୨ଟା ବେଳେ ହୋଇଥିବା କୁହାଯାଇଥିଲା। ଏଣୁ ଏତେ ରାତିରେ ଗୋଟିଏ ବାହନ ନିଜ ରାସ୍ତାରେ ସିଧା ଶଳଖ ଯାଉଥିବା ବେଳେ ତା ସାମ୍ନାକୁ ରଙ୍ଗସାଇଡରୁ ଗାଡି ଆସି ପିଟି ହେବ କୌଣସି ଚାକଳ ଏହା କେବେବି ଭାବିନଥିବ। ସେହିପରି ଯେଉଁ କାର ସହିତ ବାଇକର ଧକ୍କା ଲାଗିଛି ତାର ଗତି ମଧ୍ୟ ନିର୍ଦ୍ଧାରିତ ସୀମାରେ ଥିଲା। ଏଣୁ କାର ମାଲିକଙ୍କ ଉପରେ ପୀଡିତ ପରିବାରଙ୍କ କ୍ଷତିପୂରଣ ଲାଗି ଚାପ ପକାଯାଇ ପାରିବନି ବୋଲି ରୋହିଣୀ କୋର୍ଟ କହିଛନ୍ତି। ଏଣୁ ପୀଡିତ ପରିବାର ପକ୍ଷରୁ କ୍ଷତିପୂରଣ ଲାଗି ଆଗତ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାଇକ ଆରୋହୀ ରଙ୍ଗ ସାଇଡରେ ଦ୍ରୁତଗତିରେ ଆସୁଥିବା ବେଳେ କାର ସହ ଧକ୍କା ଲାଗିଥିଲେ। ଫଳରେ ବାଇକ ପଛରେ ବଶିଥିବା ଯୁବକର ଛିଟକି ପଡି ମୃତ୍ୟୁ ହୋଇଥିଲା। ଏଣୁ ମୃତକଙ୍କ ପରିବାର ଲୋଗେ କ୍ଷତିପୂରଣ ଦାବି ଆଗତ କରିଥିଲେ।

Leave A Reply

Your email address will not be published.