ସଲମାନ ଖାନଙ୍କ ନାମରେ ବିଦେଶ ଯିବାକୁ ଚାହୁଁଥିଲେ ଜ୍ୟାକଲିନ ଫର୍ଣ୍ଣାଡିଜ୍, ଇଡି ଦେଲା ଝଟକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ପର୍ଣ୍ଣାଡିଜ୍‌ଙ୍କୁ ବଡ ଝଟକା ଦେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡ୍ରିଂ କେସରେ ଫସିଥିବା ଜ୍ୟାକଲିନ ବିଦେଶ ଯିବା ପାଇଁ ଅଦାଲତଙ୍କ ଅନୁମତି ମାଗିଥିଲେ। ହେଲେ ଇଡି  ସାମ୍ନାରେ ତାଙ୍କ ମିଛ ଧରା ପଡି ଯାଇଛି। ଫଳରେ ଜ୍ୟାକଲିନଙ୍କୁ ଅଦାତଲରେ ନିଜର ଆବେଦନ ଫେରାଇ ନେବାକୁ ପଡିଛି। ଜ୍ୟାକଲିନ ନିଜକୁ ସଲମାନ ଖାନଙ୍କ ନେପାଳରେ ହେବାକୁ ଥିବା କାର୍ଯ୍ୟକ୍ରମ ‘ଦ ବ୍ୟାଙ୍ଗ’ ଟୁରର ଅଂଶ ବିଶେଷ ଦର୍ଶାଇ ବିଦେଶ ଯିବାକୁ ଅନୁମତି ମାଗିଥିଲେ। ହେଲେ ଇଡି ଜ୍ୟାକଲିନଙ୍କ ମିଛକୁ ଧରିନେଇଛି। ୨୦୦ କୋଟି ଠକେଇ ମାମଲାରେ ଇଡି ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାର ତଦନ୍ତ କରୁଛି। ଏଥିରେ ଜ୍ୟାକଲିନ ଫର୍ଣ୍ଣାଡିଜ ତଦନ୍ତର ପରିସରଭୁକ୍ତ ଅଛନ୍ତି। ଜ୍ୟାକଲିନ ସୁକେଶଙ୍କ ମହିଳା ବନ୍ଧୁ ଏବଂ ତାଙ୍କୁ ୧୦ କୋଟିର ମହଙ୍ଗା ଉପହାର ଦେଇଥିଲେ। ମନି ଲଣ୍ଡ୍ରିଂ ମାମଲାରେ ଫସିବା ପରେ ଜ୍ୟାକଲିନଙ୍କ ପାସପୋର୍ଟ ଜବତ ହୋଇ ସାରିଛି ଏବଂ ତାଙ୍କୁ ବିଦେଶ ଯିବା ମନା। ଜ୍ୟାକଲିନ ନିକଟରେ ଦିଲ୍ଲୀର ଏକ ଅଦାଲତରେ ବିଦେଶ ଯିବାକୁ ଅନୁମତି ମାଗିଥିଲେ। ସେ ଅଦାଲତରେ ଦାଖଲ ଆବେଦନରେ ସେ ଭାରତୀୟ ଫିଲ୍ମ ଏକାଡେମୀ(ଆଇଆଇଏଫଏ) ପୁରସ୍କାର ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଇଭେଣ୍ଟ ନାମରେ ବିଦେଶ ଯିବାକୁ ଅନୁମତି ମାଗିଥିଲେ। ସେ କହିଥିଲେ, ତାଙ୍କୁ ଆବୁଧାବି, ଫ୍ରାନ୍ସ ଏବଂ ନେପାଳ ଯାତ୍ରା କରିବାକୁ ଅନୁମତି ଦିଆଯାଉ।

Leave A Reply

Your email address will not be published.