ବଦଳିଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠର ରୂପ

ନୂଆ ରୂପ ପାଇଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ମନ୍ଦିରର ନୂଆ ରୂପ ମନଲୋଭା ହୋଇଛି । ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ତାରାତାରିଣୀ ପୀଠ ପ୍ରତିଷ୍ଠା ଦିବସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପୃଥିରାଜ ହରିଚନ୍ଦନ । କହିଛନ୍ତି, ମଠ ମନ୍ଦିରର ଉନ୍ନତି ଠିକ କଥା କିନ୍ତୁ ତାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ । ଯାହାର ଜବାବ ରଖିଛି ବିଜେଡି । ନୂଆ ରୂପ ପାଇଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ । ମନ୍ଦିରର ନୂଆ ରୂପ ମନଲୋଭା ହୋଇଛି । ମୁଖ୍ୟମନ୍ତ୍ରୀ ୨୦୦୧ ମସିହାରେ କରିଥିବା ତାରାତାରିଣୀଙ୍କ ଭବ୍ୟ ମନ୍ଦିର ପରିକଳ୍ପନା ଆଜି ବାସ୍ତବ ରୂପ ନେଇଛି । ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ହେଲିକପ୍ଟରରୁ ଓହ୍ଲାଇବା ପରେ ସିଧା ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟ ପୁରୋଧା ସାଜି ପ୍ରତିଷ୍ଠା ଦିବସରେ ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୀଠରେ ନୂଆରେ ତିଆରି ହୋଇଥିବା ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନର ଉଦଘାଟନ କରିଥିଲେ ।

Leave A Reply

Your email address will not be published.