ବର୍ଷା ପାଣିରେ ଉବୁଟୁବୁ ହେଲା ସଫ୍ଟୱେର ସିଟି ବେଙ୍ଗାଲୁରୁ 

 ଆସାମ : ଆସାମ, କଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ରାଜ୍ୟ ବାସିଙ୍କ ଚିନ୍ତା ବଢାଇଛି । ବନ୍ୟା କାରଣରୁ ଆସାମରେ ୨୬ ଜିଲ୍ଲାର ୪ ଲକ୍ଷରୁ ଲୋକ ପ୍ରଭାବିତ ହୋଇଛନ୍ତି । କଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ଯାନ ବାହାନ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ସେପଟେ କେରଳରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ୭ ଜିଲ୍ଲାକୁ ସତର୍କ ସୁଚନା ଜାରି କଲା କରିଛି ପାଣିପାଗ ବିଭାଗ । କଣ୍ଣାଟକ ରାଜଧାନୀ ବେଙ୍ଗାଲରୁ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନ ଜଳ ବନ୍ଦି ହୋଇ ରହିଛି । ଚାରିଆଡେ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷା କାରଣରୁ ରାଜ୍ୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି । ଲଗାଣ ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ବନ୍ୟାଜଳରେ ଘର ଦ୍ୱାର ସମେତ ରାସ୍ତା କଡରେ ଥିବା ଯାନବାହାନ ମଧ୍ୟ ପାଣିରେ ବୁଡି ରହିଛି । ଆସାମରେ ପରେ ଏବେ କଣ୍ଣାଟକରେ ପ୍ରବଳ ବର୍ଷା ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ବୁଧବାର ବନ୍ୟାପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସଭ ରାଜ ବୋମ୍ମାଇ । ସେପଟେ ଆଗାମି ୪-୫ ଦିନ ପ୍ରବଳ ବର୍ଷାର ପୁର୍ବନୁମାନ କରି ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ବନ୍ୟା ପରିଚାଳନାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି କଂଗ୍ରେସ ।

Leave A Reply

Your email address will not be published.