ଓଡ଼ିଶାରେ ଓକିଲାତି ଲାଇସେନ୍ସ ଏନରୋଲମେଣ୍ଟ ଫି’ ଅଧିକ ପ୍ରସଙ୍ଗ: କେନ୍ଦ୍ର ସରକାର, ବାର୍ କାଉନସିଲକୁ ଜବାବ ତଲବ

କଟକ : ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଓକିଲାତି ପାଇଁ ଅନୁମତି ବା ଲାଇସେନ୍ସ ପାଇବା ଲାଗି ଢେର ଅଧିକ ଟଙ୍କା ଏନରୋଲମେଣ୍ଟ ଫି’ ବାବଦରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଜମା କରିବାକୁ ପଡୁଛି। ଏହା ଆଡଭୋକେଟସ୍ ଆକ୍ଟର ଉଲ୍ଲଂଘନ ଓ ଆଇନଜୀବୀ ଭାବେ ଯୋଗଦେବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ମୌଳିକ ଅଧିକାରର ଏପରି ନିୟମ ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ବାର୍ କାଉନସିଲ ଅଫ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି  ଅଗଷ୍ଟ ୩କୁ ଧାର୍ଯ୍ୟ କରାଯାଇଛି। ବିନାୟକ ସୁବୁଦ୍ଧିଙ୍କ ଆବେବନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.