୨୭ ମାସ ପରେ ମୁକୁଳିଲେ ଆଜମ ଖାନ

ନୂଆଦିଲ୍ଲୀ ୨୦/୦୫: ଜେଲରୁ ମୁକୁଳିଲେ ସମାଜବାଦି ପାର୍ଟି ନେତା ଆଜମ ଖାନ । ଉତ୍ତର ପ୍ରଦେଶର ସୀତାପୁର ଜେଲକୁ ସମାଜବାଦୀ ଆଜମ ଖାନଙ୍କ  ଜାମିନର କୋର୍ଟଙ୍କ ଆଦେଶ ପହଁଚିବା ପରେ ସେ ଖଲାସ ହୋଇଛନ୍ତି। ଦୀର୍ଘ ୨୭ ମାସ ପରେ ସେ ବାହାରକୁ ବାହାରିଛନ୍ତି । ସୂଚନାନୁସାରେ, ଗୁରୁବାର ଆଜମ ଖାନଙ୍କ ଜାମିନ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ କୋର୍ଟ ସାର୍ଟିଫାଇଡ କପି ଜେଲରେ ପହଞ୍ଚି ପାରି ନଥିବାରୁ ଜେଲରୁ ବାହାରିବା ନେଇ ବିଳମ୍ବ ଦେଖାଦେଇଥିଲା । ତେବେ ବିଳମ୍ବିତ ରାତିରେ ତାଙ୍କର ଜାମିନ ଆଦେଶ ସୀତାପୁର ଜେଲରେ ପହଞ୍ଚିଥିଲା । ଆଜମଙ୍କୁ ଜେଲରୁ ନେବା ପାଇଁ ତାଙ୍କର ଦୁଇ ପୁଅ ପହଁଚିଥିଲେ । ସେହିପରି ଶିବପାଲ ଯାଦବ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ । ଏପ୍ରସଙ୍ଗରେ ଶିବପାଲ କହିଥିଲେ ଯେ, ନ୍ୟାୟର ବିଜୟ ହୋଇଛି । ଆଜମ ଖାନ ଓ ସତ୍ୟର ଜୟ ହୋଇଛି । ସେମାନେ ସମାଜବାଦୀ ଅଟନ୍ତି । ସୁଖ ଦୁଃଖରେ ସେମାନେ ସମସ୍ତଙ୍କ ସାଥିରେ ରହିବେ ବୋଲି କଥା ଦେଇଥିଲେ । ତେବେ ଅଖିଲେଶ ଯାଦବଙ୍କ ସହ ମନାନ୍ତର ପ୍ରସଙ୍ଗକୁ ସେ ଏଡାଇ ଯାଇଥିଲେ । ସୂଚନାଯୋଗ୍ୟ, ଆଜମ ଖାନଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଛି । ଏଥିରୁ ପୂର୍ବରୁ ୮୭ଟି ମାମଲାରେ ଜାମିନ ମିଳି ସାରିଥିଲା । ବିଗତ ଦିନରେ ଲେଖାଯାଇଥିବା ଏକ ମୋକଦ୍ଦମାରେ ଶୁଣାଣିରେ ବିଳମ୍ବ କାରଣରୁ ସର୍ବୋଚ୍ଚ ନ୍ୟାୟଳୟ ନିଜର ବିଶେଷାଧିକାର ପ୍ରୟୋଗ କରି ଆଜମ ଖାନଙ୍କୁ ୧-୧ ଲକ୍ଷ ଟଙ୍କା ବେଲ ବଣ୍ଡ୍ ଜରିଆରେ ଅନ୍ତରୀଣ ଜାମିନ ଦେଇଥିଲେ ।

Leave A Reply

Your email address will not be published.