ଅସହ୍ୟ ହେଲା ସହପାଠୀ, ହଷ୍ଟେଲ ୱାର୍ଡେନ୍‌ଙ୍କ ରାଗିଂ: ହଷ୍ଟେଲ୍‌ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର : ଗତ ଏପ୍ରିଲ୍‌ ମାସ ୨୨ ତାରିଖରେ ରାଗିଂ ଯୋଗୁ ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାର କିଛିଦିନ ପରେ ବାଲେଶ୍ବରରେ ସମାନ ଘଟଣା ଘଟିଛି। ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ନିକଟ‌ରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଜଣେ ଛାତ୍ରୀ ସହପାଠୀ ଓ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କଠାରୁ ରାଗିଂର ଶିକାର ହୋଇ ସାବିତ୍ରୀ ହଷ୍ଟେଲର ୪ ମହଲା ଛାତରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଛାତ୍ରୀଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗ୍ରାମର ପ୍ରତାପଚନ୍ଦ୍ର ବେହେରାଙ୍କ ଝିଅ ସାବିତ୍ରୀ ବେହେରା (୧୭)। ସେ ଉକ୍ତ କଲେଜରେ +୨ ବିଜ୍ଞାନ ଶେଷବର୍ଷର ଛାତ୍ରୀ ଥିଲେ। ମୃତକଙ୍କ ପରିବାର ଏ ନେଇ ଅଭିଯୋଗ ପରେ ବାଲେଶ୍ବର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.