ଘରୁ ବାହାରିଲା ୧୨ଫୁଟର ଅଜଗର, ଉଦ୍ଧାର ପରେ ସାପକୁ ଜଙ୍ଗଲରେ ଛାଡିଲେ ଉଦ୍ଧାର କାରି ଦଳ

ଢେଙ୍କାନାଳ ୨୩/୦୫: ଘରୁ ବାହାରିଲା ୧୨ ଫୁଟର ଅଜଗର । ଢେଙ୍କାନାଳ ସହର ଖମାର ସାହି ଅଂଚଳରୁ ୧୨ଫୁଟର ଅଜଗର ସାପକୁ ଉଦ୍ଧାର କଲେ ସାପ ଉଦ୍ଧାର କାରି ଦଳ। ଜଣେ ବ୍ୟକ୍ତିଙ୍କ ଘରୁ ଏହି ବିରାଟ ଅଜଗରକୁ ଉଦ୍ଧାର କରାଯାଇଛି । ଏହି ୧୨ ଫୁଟର ଅଜଗର ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଂଗଲରେ ଛାଡିଦିଆଯାଇଛି। ଖମାର ସାହିର ଦେବାଶିଷ ରଥଙ୍କ ଘରେ ଏକ ଅଜଗର ସାପ ପସି ଯାଇଥିଲା। ପରିବାର ଲୋକ ବିରାଟକାୟ ସାପଟିକୁ ଦେଖି ଭୟଭିତ ହୋଇପଡିଥିଲେ । ଖବର ପାଇ ବନ କର୍ମଚାରୀ ଏବଂ ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବନ କର୍ମଚାରୀ ଓ ସାପ ଉଦ୍ଧାର କରୀ ଦଳ ମିଳିତଭାବେ ଯାଇ ସାପଟିକୁ କପିଳାସ ରାସ୍ତାର ଭଗବାନ ପୁର ନିକଟ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ଛାଡିଦେଇଥିଲେ।ଏହି ସାପଟି ମଣିଷ ଓ ଜୀବଜନ୍ତୁଙ୍କୁ ଏକଲା ପାଇଲେ କାବୁ କରି ଗିଳିଦେଇଥାଏ ବୋଲି ସାପ ଉଦ୍ଧାରକାରୀ କହିଛନ୍ତି ।

Leave A Reply

Your email address will not be published.