ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୨ ମୃତ

କରଞ୍ଜିଆ ୨୩।୦୫ : ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ଥ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା  ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଶୁକୃଳିରୁ ବରଯାତ୍ରୀ ନେଇ ଗୋଡ଼ଭଙ୍ଗାକୁ ଫେରୁଥିଲା ଗାଡ଼ି । ହେଲେ ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ଏକ କଲଭର୍ଟରେ ପିଟିହୋଇଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।  ମୃତକଙ୍କ ନାମ କ୍ଷେତ୍ରବାସୀ ମହାରଣା ଓ କୁଳମଣି ଦାସ ବୋଲି ଜଣାପଡିଛି । ଉଭୟ ମୃତକ ବରର ସଂପର୍କୀୟ ଭାଇ ହେବେ ବୋଲି ଜଣାପଡିଛି । ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.