ଚାପ ଖେଳୁଛନ୍ତି ଅଟ୍ଟାଳୀ ଜଗନ୍ନାଥ, ପୁଷ୍କରିଣୀରେ ନୌକା ବିହାର କଲେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା

ଆଠଗଡ ୨୪/୦୫: ଚାପ ଖେଳୁଛନ୍ତି ଆଠଗଡ ସଦର ସ୍ଥିତ ଅଟ୍ଟାଳୀ ଜଗନ୍ନାଥ । ଦିତୀୟ ଦିନରେ ପ୍ରଭୁ ଶ୍ରୀ ରାଧା ଗୋବିନ୍ଦ ଏବଂ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ଚାପ ଯାତ୍ରା । ଆଠଗଡ଼ ଭାଗୀରଥି ସାଗର ବଡପୋଖରି ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି ଶ୍ରୀଜୀଉ । ରାଜୁଡ଼ା ଅମଳରୁ ଏହି ଦୃଶ୍ୟ ଦେଖିବାକୁ ମିଳୁଛି କଟକ ଜିଲ୍ଲାର ଆଠଗଡ଼ରେ । ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପୁଷ୍କରିଣୀରେ ନୌକା ବିହାର କରୁଛନ୍ତି । ଶ୍ରୀଜୀଉଙ୍କ ଚାପଖେଳ ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ଏହି ଅବସରରେ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.