ବ୍ରଜରାଜନଗର ଉପନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ୨୪/୦୫: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ଶ୍ରୀମତୀ ରାଧାରାଣୀ ପଣ୍ଡାଙ୍କ ପାଇଁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳିରେ ପ୍ରଚାର କରିବେ ଧର୍ମେନ୍ଦ୍ର । ରାମ୍ପେଲା, ବାଗମୁଣ୍ଡା, ପଞ୍ଚ ଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ । କନକ ତୋରାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥିନୀଙ୍କ ସହ ନିର୍ବାଚନୀ ରୋଡ ସୋ’ ଓ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଭୁବନେଶ୍ୱରରୁ ପୁରୀ ହଟିଆ ତପସ୍ୱିନି ଏକ୍ସପ୍ରେସରେ ସମ୍ବଲପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଜି ସକାଳୁ ସମ୍ବଲପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ନିର୍ବାଚନୀ ପ୍ରଚାର ପାଇଁ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.