ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା

ନୂଆଦିଲ୍ଲୀ ୨୪/୦୫: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ଶିଖର ଧାଓ୍ୱନଙ୍କୁ ସୁଯୋଗ ମିଳିନାହିଁ । ଧାଓ୍ୱନ ନିଜର ଶେଷ ଟି୨୦ ମ୍ୟାଚ୍ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ଯାହା ପରେ ଶିଖର ଧାଓ୍ୱନଙ୍କ ବଦଳରେ ଇଶାନ କିଷାନ ଦଳରେ ଓପନିଂ ଭାର ସମ୍ଭାଳିଥିଲେ । ୨୦୨୦ ଆଇପିଏଲରେ ଦମଦାର ଫର୍ମରେ ଥିଲେ ବି ଧାଓ୍ୱନଙ୍କୁ ଚୟନ କରାଯାଇ ନାହିଁ । ଧାଓ୍ୱନଙ୍କୁ ଦଳରେ ସାମିଲ କରା ନଯିବା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନା କହିଛନ୍ତି ଯେ, ଦିନେଶ କାର୍ତ୍ତିକ ୩୭ ବର୍ଷରେ ଦଳରେ ସ୍ଥାନ ପାଇପାରିବେ । ଧାଓ୍ୱନ ମଧ୍ୟ ଏଥିପାଇଁ ହକଦାର୍ ଅଟନ୍ତି । ନିକଟରେ ଧାଓ୍ୱନ ଆହୁରି ୩ରୁ ୪ ବର୍ଷ ଅନ୍ତରାଷ୍ଟ୍ରୀୟ ଫର୍ମାଟରେ କ୍ରିକେଟ ଖେଳିପାରିବେ ବୋଲି କହିଥିଲେ । ଯଦି ପୁଣି ସୁଯୋଗ ମିଳେ ଟି୨୦ କ୍ରିକେଟରେ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ କହିଥିଲେ । ରାଇନା ଆହୁରି କହିଛନ୍ତି ଯେ, ଶିଖର ନିଶ୍ଚୟ ନିରାଶ ହୋଇଥିବେ । ସେ ଜଣେ ମଜାଳିଆ ବ୍ୟକ୍ତି । ଦଳରେ ଭଲ ମାହୋଲ ରଖିଥାନ୍ତି । ସେ ସବୁ ଫର୍ମାଟରେ ରନ୍ କରିଛନ୍ତି । ଗତ ୩ରୁ ୪ ବର୍ଷ ହେଲା ସେ ଭଲ ଫର୍ମରେ ଅଛନ୍ତି । ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ରେ ବିକ୍ରି ହୋଇଥିବା ପ୍ରଥମ ଖେଳାଳି ଥିଲେ ଧାଓ୍ୱନ । ତାଙ୍କୁ ପଞ୍ଜବ କିଙ୍ଗସ ୮.୨୫ କୋଟିରେ କ୍ରୟ କରିଥିଲା । ଗତ ତିନୋଟି ସିଜିନରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିଲେ । ସେ ୨୦୨୨ରେ ମୋଟ ୧୪ ମ୍ୟାଚରେ ୩୮.୩୩ ଆଭରେଜରେ ୪୬୦ ରନ୍ କରିଥିଲେ ।

Leave A Reply

Your email address will not be published.