ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା

ଭୁବନେଶ୍ୱର ୨୪/୦୫: ରାଜ୍ୟରେ ଗରମ ଆହୁରି କମିବ । ଖରା କମିବା ସହ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଏଣିକି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ଗୁଳୁଗୁଳି କମିବନି । ଆର୍ଦ୍ରତା ଅଧିକ ଯୋଗୁ ଗୁଳୁଗୁଳି ଅଧିକ ହେବ । ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି ।ସୋମବାର ଉପକୂଳ ଓଡ଼ିଶାରେ ପାଗ ପ୍ରାୟତଃ ଥଣ୍ଡା ରହିଛି । ଭୁବନେଶ୍ୱର, କଟକ, ଗୋପାଳପୁର, ପୁରୀ, ଭଦ୍ରକ, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀରୁ କମ୍‌ ରହିଛି । ଟିଟିଲାଗଡ଼ ଓ ବୌଦ୍ଧର ସର୍ବାଧିକ ତାପମାତ୍ରା ୪୨.୫ଡିଗ୍ରୀ ଥିଲା । ନୂଆପଡ଼ାର ୪୧, ବଲାଙ୍ଗୀରର ୪୧.୮, ଭବାନୀପାଟଣାର ୪୧.୨ ତାପମାତ୍ରା ରେକର୍ଡ ହୋଇଛି । ବରଗଡ଼, ଯାଜପୁର, ସୋନପୁର ଓ ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ଦିନବେଳାର ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ତାପମାତ୍ରା କ୍ରମଶଃ ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି । ସେହିଭଳି ୨୪ ଓ ୨୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଉତ୍ତର ଓ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଜାରି କରାଯାଇଛି ।

Leave A Reply

Your email address will not be published.