ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚାପ ଖେଳୁଥିବା ବେଳେ ଅଘଟଣ : ପୋଖରୀରେ ବୁଡିଲା ଡଙ୍ଗା, ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ

ନୟାଗଡ଼ ୨୪।୦୫: ଚାପ ଖେଳୁଥିବା ସମୟରେ ଅଘଟଣ । ପୋଖରୀରେ ବୁଡିଲା ଡଙ୍ଗା । ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ । ନୟାଗଡ ଜିଲ୍ଲା ଶରଣକୂଳ ଲଡୁବାବାଙ୍କ ମନ୍ଦିରରେ ଘଟିଛି ଅଘଟଣ । ଖବର ଅନୁଯାୟୀ, ସୋମବାର ଭଉଁରୀ ଥିବାରୁ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ସେବାୟତମାନେ ବିଳମ୍ବିତ ରାତିରେ ନିକଟସ୍ଥ ପୋଖରୀରେ ସୁସଜ୍ଜିତ ଡଙ୍ଗାରେ ଚାପ ଖେଳୁଥିଲେ । ତେବେ ଚାପ ଖେଳୁଥିବା ସମୟରେ ଡଙ୍ଗାଟି ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ପାଣିରେ ବୁଡିଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ରହିଥିବାରୁ ଏଭଳି ଅଘଟଣ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଡଙ୍ଗାଟି କୂଳ ନିକଟରେ ବୁଡିଥିବାରୁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.