ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ବିଲ୍‌ କମାଇବା ପାଇଁ ନେଉଥିଲେ ଲାଞ୍ଚ

କାମାକ୍ଷାନଗର ୨୬।୦୫ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର କନିଷ୍ଠ କିରାଣୀ  ଜୀବାନନ୍ଦ ଶତପଥୀ । ଖବର ଅନୁଯାୟୀ, ଇନ୍‌କମ୍‌ ଟ୍ୟାକ୍ସ ବିଲ୍‌ କମାଇବା ପାଇଁ କନ୍ତିଓକାଟେଣୀ ସିଦ୍ଧାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍‌ ଏହି ସମୟରେ ବିଇଓ ଅଫସର କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ । ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ ।

Leave A Reply

Your email address will not be published.