ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ: ଡୋର ଭାଙ୍ଗି ଟଙ୍କା କାଢୁଥିବାବେଳେ ବାଜିଲା ସାଇରନ୍, ଛାଡି ପଳାଇଲେ ଦୁର୍ବୃତ୍ତ

କୋରାପୁଟ ୨୬/୦୫: ATM ଭାଙ୍ଗି ଟଙ୍କାଲୁଟ କରିବା ଉଦ୍ୟମ ବିଫଳ । ସୁନାବେଡା ହାଲ ପରିସର ଆର-ଜୋନରେ ଥିବା SBI ATM ରୁ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ରାତି ଦୁଇଟାରେ ହୋିଥିଲା ଏହି ଉଦ୍ୟମ । ପ୍ରଥମେ ଉପର ଡୋର ଓ ପରେ ତଳ ଡୋର ଭାଙ୍ଗି ଟଙ୍କା କାଢ଼ି ନେବାକୁ ଉଦ୍ୟମ କରିଥିଲେ ଲୁଟେରା । Atm ଭାଙ୍ଗି ଲୁଟ ଉଦ୍ୟମ କରିବାବେଳେ ହଠାତ ସାଇରନ ବାଜିବାରୁ ଲୁଟେରା ଘଟଣା ସ୍ଥଳରୁ ଚମ୍ପଟ ମାରି ଫେରାର ହୋଇଯାଇଛି । ହାଇଦ୍ରାବାଦ କଣ୍ଟ୍ରୋଲ କେନ୍ଦ୍ରରୁ ଖବର ଆସିବାପରେ ସୁନାବେଡା ଥାନା ପୋଲିସ ପେଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପୋଲିସ ଦଳ ପହଂଚିବା ଦେଖି ଚମ୍ପଟ ମାରିଲା ଦୁର୍ବୃତ୍ତ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଲୁଟ୍ ଉଦ୍ୟମକାରୀକୁ ଗିରଫ କରାଯିବ ବୋଲି ସୁନାବେଡା ଥାନା ଆଇଆଇସି ସମ୍ବିତ ବେହେରା ସୂଚନା ଦେଇଛନ୍ତି

Leave A Reply

Your email address will not be published.