ଫାଟିଲା IOCL ପାଇପ୍‌ ଲାଇନ, ହଜାର ହଜାର ତେଲ ନଷ୍ଟ

ପାରାଦୀପ ୨୬।୦୫ : ଫାଟିଲା ପାରାଦୀପ ହଳଦିଆ ପାଇପ ଲାଇନ l ରାସ୍ତା ପାର୍ଶ୍ଵରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପାରାଦୀପ ତୈଳବିଶୋଧନାଗାର କର୍ମଚାରୀ ଉପସ୍ଥିତ ରହି ପାଇପ ଲିକ ବନ୍ଦ କରିବା କାଠିକର ପାଠ ହୋଇପଡିଛି l ଖବର ଅନୁଯାୟୀ, ପାରାଦୀପ ତୈଳ ବିଶୋଧନାଗାର ଟାଉନସିପ ନିକଟରେ ପାଇପଲାଇନ ଫାଟିଯାଇଛି l ହଳଦିଆ ପୋର୍ଟରୁ ପାରାଦୀପ ତୈଳବିଶୋଧନାଗାରକୁ ଆସୁଥିବା ଅଶୋଧିତ ତୈଳର ପାଇପ ଲାଇନ କୌଣସି କାରଣରୁ ଫାଟିଯାଇଛି । ଯାହାଫଳରେ ଭାରି ମାତ୍ରାରେ ତେଲ ଲିକେଜ ହେବା କାରଣରୁ ଘଟଣା ସ୍ଥଳରେ ରହିଥିବା ପୋଖରୀରେ ତେଲ ମାଡିଯାଇଛି । ଘଟଣାସ୍ଥଳରେ ତେଲର କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l

Leave A Reply

Your email address will not be published.