ଦିଲ୍ଲୀର ୨୨ତମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ବିନୟ କୁମାର ସକ୍ସେନା, ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ ୨୬।୫: ବିନୟ କୁମାର ସକ୍ସେନା ଗୁରୁବାର ଦିଲ୍ଲୀର ୨୨ତମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିପାଇଁ ରାଜନିବାଶରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିପିନ ସାଂଘୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଏହି ଶପଥଗ୍ରହଣ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗିରିରାଜ ସିଂହ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମାନଙ୍କ ସମେତ ଉଚ୍ଚ ନ୍ୟାୟାଳୟଙ୍କ ବିଚାରପତିମାନେ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ବ୍ୟୁରୋକ୍ରାଟମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି)ଙ୍କ ଅଧ୍ୟକ୍ଷ ୬୪ ବର୍ଷ ବୟସ୍କ ବିନୟ କୁମାର ସକ୍ସେନାଙ୍କୁ ଗତ ମେ ୨୩ ତାରିଖ ଦିନ ଦିଲ୍ଲୀର ଏଲଜି ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ଏଲଜି ଥିବା ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ମେ ୧୮ ତାରିଖ ଦିନ ପଦବୀରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.