ଯୁବକ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଚକାପାଦ ଥାନା ଘେରାଉ

କନ୍ଧମାଳ :- ଯୁବକ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଚକାପାଦ ଥାନା ଘେରାଉ। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ରେ ଗତ ସନ୍ଧ୍ୟାରୁ ଅଟୋ ରେ ମୃତ ଦେହ ରଖି ରାତି ତମାମ ଥାନା ସମ୍ମୁଖରେ ରହିଛନ୍ତି ପରିବାର ଲୋକେ । ନ୍ୟାୟ ଦାବୀ କରି ଶବ ରଖି ରାତି ତମାମ ଥାନା ସମ୍ମୁଖରେ ବସି ରହିଛନ୍ତି ପରିବାର ଲୋକେ ା ପୁଅକୁ ହତ୍ୟା କରି ଗଛରେ ଝୁଲେଇ ଦିଆଯାଇଥିବା ଅଭିଯୋଗ କିରି ହତ୍ୟା କାରି ଙ୍କ ନାମରେ ଏତଲା ଦେବାରୁ ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଉ ନଥିବାରୁ ବସି ରହିଛନ୍ତି ପରିବାର ଲୋକେ ାସୂଚନା ମୁତାବକ ଚକାପାଦ ଥାନା ଅନ୍ତର୍ଗତ ଶିକଗୁଡା ଗ୍ରାମର ବିସିକେସନ ନାୟକଙ୍କ ୩୦ ବର୍ଷିୟ ପୁଅ ସଞ୍ଜୟ ନାୟକ ଗତ ମେ ୯ ତାରିଖରୁ ନିଖୋଜ ଥିଲେ ଏନେଇ ପରିବାର ପକ୍ଷରୁ ଚକାପାଦ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ା ତେବେ ୨୪ ତାରିଖ ଅର୍ଥାତ ନିଖୋଜର ୧୫ ଦିନ ପରେ ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ସଞ୍ଜୟ ର ମୃତ ଦେହ ଉଦ୍ଧାର ହୋଇଥିଲା ା ଚକାପାଦ ପୋଲିସ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କଲେଜ କୁ ପଠାଇଥିଲା ଶବ ବ୍ୟବଚ୍ଛେଦ ପରେ ଶବ ଆଣି ପରିବାର ଲୋକେ ଥାନା ସମ୍ମୁଖରେ ରଖି ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି କିଛି ଲୋକଙ୍କ ନାମରେ ଏତଲା ଦେଇଥିଲେ ା ଥାନା ପକ୍ଷ୍ୟରୁ ଏତଲା ଗ୍ରହଣ ନ କରାଯିବାରୁ ଗତ ସନ୍ଧ୍ୟାରୁ ରାତି ତମାମ ଶବ ରଖି ଥାନା ସମ୍ମୁଖରେ ବସି ରହିଛନ୍ତି ପରିବାର ଲୋକେ ା ଏତଲା ରଖା ନ ଯିବା ପର୍ଯ୍ୟନ୍ତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏମିତି ବସି ରହିବୁ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ା

Leave A Reply

Your email address will not be published.