୨୦୧୭ ମସିହା ନାବାଳିକା ଦୁଷ୍କର୍ମ ମାମଲା : ଦୋଷିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତକୁ 50 ହଜାର ଟଙ୍କାର ଜୋରିମାନା ସହ ଅନାଦେୟ ଅତିରିକ୍ତ 6 ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । 2017 ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ମାମଲାରୁ ପ୍ରକାଶ ଯେ, ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ସଙ୍ଗଡାମାହା ଗ୍ରାମର ଜଣେ ନାବାଳିକା ଯାତ୍ରା ଦେଖିବାକୁ ଯାଇଥିଲେ। ସେହି ଗ୍ରାମର ଅଭିଯୁକ୍ତ ଜଣକ ନାବାଳିକା ଏକ ଦୋକାନ ସମୁଖ ରେ ଏକୁଟିଆ ଥିବା ଦେଖି ନିକଟରେ ଏକ ଆମ୍ବ ଗଛ ତଳକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ନାବାଳିକା ଅଚେତ ହୋଇଯିବାରୁ ସେଠାରେ ଛାଡି ଚାଲିଯାଇଥିଲା । ସେଠାକାର କିଛି ଲୋକ ଉକ୍ତ ନାବାଳିକା କୁ ଉଧାର କରି ପରିବାରକୁ ଜଣେଇଥିଲେ । ଏହାପରେ ପୀଡିତାଙ୍କ ପରିବାର ଲୋକେ କୋଟଗଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୋଟଗଡ ପୋଲିସ ଏକ ମାମଲା ୧୬/୨୮.୨.୨୦୧7 ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାରେ ୧୩ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପୀଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ସିତାପୁର ବେହେରା ମାଝି (୨୨)କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ମାମଲାର ପରିଚାଳନା ସ୍ବତନ୍ତ୍ର ପିପି ବନମାଳୀ ବେହେରା କରୁଥିଲେ ।

Leave A Reply

Your email address will not be published.