ଚୋରି କରୁଥିବା ବେଳେ ଛାତରୁ ଖସି ପଡିଲା ଚୋର, ଚାଲିଗଲା ଜୀବନ

ସୁନ୍ଦରଗଡ ୨୭/୦୫: ଚୋରି କଲା ବେଳେ ଅଘଟଣ ।  କାରଖାନା ଛାତରୁ ପଡିଗଲା ଚୋର । ଚାଲିଗଲା ଜୀବନ । ଏପରି ଅଭବାନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଜମପାଲିଠାରେ । ସୂଚନା ଅନୁସାରେ, ଜମପାଲିଠାରେ ଏକ ବନ୍ଦ ପଡିଥିବା କାରଖାନା ରହିଛି । ଏଠାରୁ ଜଣେ ଚୋର ଲୁହା ଚୋରି କରିବାକୁ ଆସିଥିଲେ । ହେଲେ ସେ କାରଖାନା ଛାତରୁ ଖସି ପଡିଥିଲେ  । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ହେଲେ ସ୍ଥାନୀୟ ପୋଡ଼ସିଙ୍ଗ ଗାଁର  ଚାମୁ ଟପ୍ପୋ  । ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଏହି କାରଖାନା ୨୦୨୦ ମସିହାରୁ ବନ୍ଦ ରହିଛି ।  କାରଖାନାରୁ ଅନେକ  ବଡ ବଡ ଲୁହା ଚୋରି ହେଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ  ହୋଇଛି ।

Leave A Reply

Your email address will not be published.