ଗୋଟିଏ ଆଇଟମ୍‌ ଡ୍ୟାନ୍ସ ପାଇଁ ମଲାଇକା ଡିମାଣ୍ଡ କରନ୍ତି ଏତିକି କୋଟି ଟଙ୍କା, ଜାଣନ୍ତୁ ତାଙ୍କ ବ୍ୟାଙ୍କ ବାଲାନ୍ସ…

ନୂଆଦିଲ୍ଳୀ ୨୭।୦୫ : ବଲିଉଡ୍‌ର ଫିଟ୍‌ନେସ୍‌ ଅଭିନେତ୍ରୀ କହିଲେ ସମସ୍ତେ ଜାଣନ୍ତି ମଲାଇକାଙ୍କୁ । କାରଣ ସେ ତାଙ୍କ ଫିଟ୍‌ନସ୍‌ ଓ ସୁନ୍ଦରତା ପାଇଁ ସବୁ ଆଡେ ଚର୍ଚ୍ଚା। ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ସହିତ ବଲିଉଡ ଜଗତରେ ଆତଙ୍କ ସୃଷ୍ଟି କରନ୍ତି। ‘ଛେୟାଁ ଛେୟାଁ’ ଏବଂ ‘ମୁନ୍ନି ବାଦନାମ୍ ହୁଇ’ ଗୀତରେ ନିଜର ବୋଲ୍ଡ ଡ୍ୟାନ୍ସ କରି ଏକ ପରିଚୟ ସୃଷ୍ଟି କରିଥିଲେ । ମଲାଇକା ମଧ୍ୟ ଛୋଟ ପରଦାରେ ମଧ୍ୟ ବହୁତ ସକ୍ରିୟ । ଆଇଟମ୍‌ ଗର୍ଲ ମଲାଇକା ଆରୋରା ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ବେଶ୍‌ ଆଲୋଚନାରେ ଥାନ୍ତି । ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍ ରୁହନ୍ତି ଫ୍ୟାନ୍ସ ଫଲୋର୍ସ ପାଇଁ କିଛି ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ମଲାଇକାଙ୍କର ଅନେକ ସୁପରହିଟ୍ ଆଇଟମ୍ ନମ୍ବର ଅଛି। ଯେଉଁଥିପାଇଁ ସେ ମଧ୍ୟ ଏକ ବଡ ଫି’ ଆଦାୟ କରନ୍ତି । ଆପଣ ଜାଣନ୍ତି କି ଗୋଟିଏ ଆଇଟମ୍ ନମ୍ବର ପାଇଁ ମଲାଇକା କେତେ ଫି ଆଦାୟ କରନ୍ତି । ଅନେକ ଅଭିନେତ୍ରୀ ପୁରା ଫିଲ୍ମ ପାଇଁ ସେତିକି ପଇସା ପାଇଥାନ୍ତି।

Leave A Reply

Your email address will not be published.