ଧାନମଣ୍ଡଳ ପଞ୍ଚାୟତରେ ସୁରୁଖୁରୁରେ ସରିଲା ଭୋଟ ଗ୍ରହଣ

ଚଣ୍ଡିଖୋଲ ୨୭/୦୫: ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ଧାନମଣ୍ଡଳ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ଉପ ନିର୍ବାଚନ। ପଞ୍ଚାୟତର ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଧାନମଣ୍ଡଳ ସରପଞ୍ଚଙ୍କ ଦେହାନ୍ତ ପରେ ସରକାର ଏଠାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଫଳରେ ଆଜି ସକାଳୁ ଭୋଟର ଲମ୍ବା ଲାଇନ କରି ଠିଆ ହେବା ସହ ମତଦାନ କରିଥିଲେ । ପଞ୍ଚାୟତର ମୋଟ ୧୩ଟି ୱାର୍ଡ ରେ ମୋଟ୨୬୪୦ ଜଣ ଭୋଟର ରହିଥିଲେ । ସେମାନଙ୍କ ହାତରେ ୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି ।

Leave A Reply

Your email address will not be published.