ବୈଶ୍ୱିକ ଡ୍ରୋନ ହବ ଲାଗି ରହିଛି ଭାରତର ପୂର୍ଣ୍ଣ କ୍ଷମତା : ନରେନ୍ଦ୍ର ମୋଦି  

ନୂଆଦିଲ୍ଲୀ ୨୭।୫: ଦିଲ୍ଲୀ ପ୍ରଗତି ମୈଦାନରେ ଦୁଇ ଦିବସୀୟ ଡ୍ରୋନ ମହୋତ୍ସବକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତି ଷ୍ଟଲକୁ ଯାଇ ପ୍ରଦର୍ଶନୀ ନିରିକ୍ଷଣ କରିଥିବା ବେଳେ ଏଥିରେ ସେ ଖୁବ୍ ପ୍ରଭାବିତ ହୋଇଥିବା କହିଛନ୍ତି। ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ ହବରେ ରୂପାନ୍ତରିତ ହୋଇଥିବ। ସେ କହିଥିଲେ ଯେ ଯେଉଁ ଯେଉଁ ଷ୍ଟଲ ସବୁ ବୁଲିଛି ସବୁଠି ଏହା ମେକ୍-ଇନ-ଇଣ୍ଡିଆ ବୋଲି ଲୋକେ ଗର୍ବର ସହ କହିଛନ୍ତି। ଏଥିରୁ ଭାରତ ନିଶ୍ଚିତ ଡ୍ରୋନ ହବ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଉତ୍ସବ ଡ୍ରୋନର ନୁହେଁ ଏହା ନୂଆ ଭାରତର ନୂଆ ଗଭର୍ଣ୍ଣାନ୍ସର ଉତ୍ସବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  ଡ୍ରୋନ ଟେକ୍ନୋଲଜିକୁ ନେଇ ଭାରତରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ଏହା ଅଦଭୂତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରୁ ଯେଉଁ ଉର୍ଜା ଦେଖା ଯାଉଛି ଏହା ଭାରତରେ ଡ୍ରୋନ ସର୍ଭିସ ଓ ଡ୍ରୋନ ଆଧାରିତ ଇଣ୍ଡଷ୍ଟ୍ରିର ଲମ୍ବ ଡିଆଁର ପ୍ରତିବିମ୍ବ ବୋଲି କହିଥିଲେ।  ଏଥିରୁ ରୋଜଗାର ସୃଷ୍ଟିର ଯେଉଁ ସମ୍ଭାବନା ଦେଖାଯାଉଛି , ଦେଶରେ ଡ୍ରୋନ ଉଦ୍ୟୋଗକୁ ଉତ୍ସାହିତ କରିବା ପାଇଁ ସରକାରଙ୍କର ନୀତିକୁ ଉଲ୍ଲେଖ କରିଥିଲେ ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.