ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ

ଉଦଳା ୨୮।୦୫: ଭାଇକୁ ପିଟି ପିଟି ହତ୍ୟା କରିଛି ଭାଇ । ପ୍ରଥମେ ହାତଗୋଡ ବାନ୍ଧି ଗଛରେ ଝୁଲାଇ ଦେଲା । ପରେ ଅତି ନିର୍ମମ ଭାବେ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ମୃତକ ଲାଣ୍ଡୁ ମୁଣ୍ଡା । ଲାଣ୍ଡୁଙ୍କୁ ତାଙ୍କ କାକା ପୁଅ ଭାଇକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୟୂରଭଂଜ ଶରତ ଥାନା ବାଟିଘୁଟୁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ଅନୁଯାୟୀ, ଲାଣ୍ଡୁ ମୁଣ୍ଡା କୁଆଡେ ଜଣେ ମାନସିକ ବିକାରଗ୍ରସ୍ତ । ସେ ଛୋଟ ପିଲାଙ୍କୁ ଦେଖିଲେ ତାଙ୍କୁ ଗୋଡାଇଥାଏ । ତେବେ କୌଣସି କାରଣକୁ ନେଇ ଲାଣ୍ଡୁ ମୁଣ୍ଡା ଉପରେ ରକ୍ତ ଚାଉଳ ଚୋବାଉଥିଲା ତାଙ୍କ କାକା ପୁଅ ସିଙ୍ଗରାଏ । ଗତ ସନ୍ଧ୍ୟା ସମୟରେ ଲାଣ୍ଡୁକୁ ନିଜର ସହଯୋଗୀ ସହିତ କାକା ପୁଅ ସିଙ୍ଗରାଏ ତାର ହାତ ଗୋଡ ବାନ୍ଧି ଏକ ଗଛରେ ଝୁଲାଇ ଦେଇଥିଲା । ପରେ ଏକ କାଠ ଫାଳିଆରେ ଅତି ନିର୍ଦ୍ଦୟ ଭାବେ ବାଡେଇ ବାଡେଇ ହତ୍ୟା କରିଛି । ଏହି ଖବର ଜଣାପଡିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସିଙ୍ଗରାଏ ଦେଉଗାଁ ଏବଂ ତାର ସହଯୋଗୀ ଚମ୍ପାଇ ମୁଣ୍ଡାକୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୋଲିସ୍ ଜବତ କରିଛି ।

Leave A Reply

Your email address will not be published.