ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ୨୭/୦୫: ବର୍ଷା ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗ । ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଲେ କୋର୍ଟ । ସୋସିଆଲ ମିଡିଆରେ ତାଙ୍କ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଥିଲେ ବର୍ଷା । ଏହାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୁଲାଇ ୪ ରେ ହେବ ପରବର୍ତ୍ତୀ ଶୁଣାଣୀ । ସୂଚନା ଥାଉକି, ସୋସିଆଲ ମିଡିଆରେ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଥିଲେ ବର୍ଷା । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଥିଲେ ବର୍ଷା । ଗତ କିଛି ଦିନ ତଳେ ପୁରିଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି ବୋଲି ଦାବି କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

Leave A Reply

Your email address will not be published.