ଅଦୃଶ୍ୟ ମାୟାବିନୀଙ୍କ ଜାଲରେ ଯୁବଗୋଷ୍ଠୀ, ମିଠା କଥା କହି ଲୁଟୁଛନ୍ତି

ବେଲଗୁଣ୍ଠା : ‘ଫେସ୍‌ବୁକ’ ଓ ‘ମେସେଞ୍ଜର’ରେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ପରେ କଥାବାର୍ତ୍ତା ଓ ଶେଷରେ ମିଛ ପ୍ରେମ ଜାଲରେ ଫସି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ଶତାଧିକ ଯୁବକ ଲୁଟ୍‌ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ତଥ୍ୟାନୁସାରେ ବେଲଗୁଣ୍ଠା ଅଞ୍ଚଳରୁ ୬ ଓ ଭଞ୍ଜନଗର ଅଞ୍ଜଳରୁ ୪ ଜଣ ମୋଟ ୯ ଜଣ ଏହି ଲୁଟର ଶିକାର ହୋଇଛନ୍ତି। କିନ୍ତୁ ଲୋକଲଜ୍ଜାରେ ସେମାନେ ମୁହଁ ଖୋଲୁନାହାନ୍ତି କି ପୁଲିସର ଦ୍ବାରସ୍ଥ ହେଉନାହାନ୍ତି। ଏହି ଅଜଣା ଯୁବତୀଜଣକ ପ୍ରଥମେ ଫେସ୍‌ବୁକ୍ ମାଧ୍ୟମରେ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ହେଉଛନ୍ତି। ପରେ ନ୍ୟୁଡ୍ ଭିଡିଓ କଲ୍ କରୁଛନ୍ତି। ଆଉ ଉକ୍ତ ଭିଡିଓ କଲର୍ ସ୍କ୍ରିନ୍ ରେକର୍ଡ଼ିଂକୁ ଭାଇରାଲ୍ କରିବା ଧମକ ଦେଇ ବ୍ଲାକମେଲିଂ କରିବା ସହ ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି। ଲୋକଲଜ୍ଜାକୁ ଡରି ଅନେକ ଦାବି ମୁତାବକ ଟଙ୍କା ଦେଉଛନ୍ତି। ଯେଉଁମାନେ ଦେଉନାହାନ୍ତି ଏହାର ପରିଣାମ ଭୋଗୁଛନ୍ତି। କେବଳ ଯୁବକ ନୁହଁନ୍ତି ଅନେକ ବୟସ୍କ ମଧ୍ୟ ଏହି ଜାଲରେ ପଡ଼ିଥିବା ଜଣାପଡ଼ିଛି।

Leave A Reply

Your email address will not be published.