ପଞ୍ଚମ ପାଳିର ତୃତୀୟ ବର୍ଷରେ ନବୀନ ସରକାର: ଫୋକସ୍‌ରେ ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା

ଭୁବନେଶ୍ବର : ମେ’ ୨୯, ୨୦୧୯। ନବୀନ ପଟ୍ଟନାୟକଙ୍କ ସରକାର ୫ମ ଥର ପାଇଁ ରାଜ୍ୟର ଶାସନ ଭାର ଗ୍ରହଣ କଲେ। ଓଡ଼ିଶା ଇତିହାସରେ ଦୀର୍ଘ ବର୍ଷ ଶାସନ କ୍ଷମତାରେ ଥିଲେ ବି ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ କ୍ରୀଡ଼ା କ୍ଷେତ୍ରରେ ଆଖିଦୃଶିଆ ପ୍ରଗତି ପରିଲକ୍ଷିତ ହୋଇନଥିଲା। ପଞ୍ଚମ ପାଳିରେ ଏହି ସବୁ ଦିଗକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସରକାର। ଗତ ତିନି ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ପିଇବା ପାଣି, କୃଷି, କ୍ରୀଡ଼ା କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଲାଗି ଉଦ୍ୟମ ଆରମ୍ଭ ହୋଇଛି। ହେଲେ ବିକାଶ ଉପରେ ଦୁର୍ନୀତି ଭାରି ପଡ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାର ନିଦାନ ପାଇଁ ‘୫ଟି’ ଛାଟ ମାରୁଛନ୍ତି ସରକାର। ଇତିମଧ୍ୟରେ ୩୧ଟି ବିଭାଗର ୨୫୦ଟି ସେବାକୁ ବି ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ୍‌ କରିଛନ୍ତି। ଗତ ତିନି ବର୍ଷରେ ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ହେଲେ ଏମଧ୍ୟରୁ କିଛି ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ହେବା କଷ୍ଟକର ହୋଇପଡ଼ିଛି।

Leave A Reply

Your email address will not be published.