ବିଳମ୍ବିତ ରାତି ତେଜରାତି ଦୋକାନରୁ ଚୋରି, ପୋଲିସର ତନାଘନା

କଣ୍ଟାବାଞ୍ଜି ୩୧/୦୫: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁର ଏକ ତେଜରାତି ଦୋକାନରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ଦୋକାନର ଡ୍ରରରୁ ପ୍ରାୟ ୬୦ ରୁ ୭୦ ହଜାର ନେଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଦୋକାନର ସ୍କାଇଲାଇଟ ଭାଙ୍ଗି ଚୋର ମାନେ ଭିତରକୁ ପଶି ଚୋରି କରିଥିବା ବେଳେ ଦୋକାନ ମାଲିକ ଚୋରିର ଆଭାସ ପାଇଁ ଚୋରକୁ ଦୌଡାଇଥିଲେ । ଚୋର ଡ୍ରର ଛାଡି ଦେଇଥିବା ବେଳେ ଟଙ୍କାନେଇ ଫେରାର ହେବାରେ ସଫଳ ହୋଇଥିବା ଜଣାଯାଇଛି । ଗତ ୩ ମାସ ମଧ୍ୟରେ ଏହି ରାସ୍ତାରେ ଥିବା ଦୋକାନ, ପେଟ୍ରୋଲ ପମ୍ପ ଚୋରି ହୋଇଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଚୋରର ଟେର ପାଇନାହିଁ ।

Leave A Reply

Your email address will not be published.