ହକ୍ ଦାବିରେ ଅଡି ବସିଲେ ଚାଷୀ, କୃଷି ସେବା ସମବାୟ ସମିତିରେ ହେଉଥିବା ନିର୍ବାଚନକୁ ବର୍ଜନ କଲେ

ପଦ୍ମପୁର ୩୧/୦୫: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ହେଉଛି ଚିର ମରୁଡି ପ୍ରପିଡିତ ଅଂଚଳ । ପଦ୍ମପୁର ସ୍ଥିତ ଗାଇସିଲାଟ ଅଂଚଳ ହେଉଛି ଅଣ ଜଳସେଚିତ ଅଂଚଳ ଗତବର୍ଷ ୨୦୨୧ ମସିହାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅଂଚଳରେ ପାଣି ଅଭାବରୁ ଫସଲ ହାନୀ ହୋଇଥିଲା ହେଲେ ଚାଷୀ କୋଣସି ସହାୟତା ପାଇ ନାହାନ୍ତି ଏବଂ କୃଷି ରୁଣ କରିଥିବା ଚାଷୀ ମଧ୍ୟ ସହାୟତା ପାଇନାହାନ୍ତି ।ଚାଷୀମାନେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ମଧ୍ୟ ଭରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଗତବର୍ଷର ମରୁଡି ସହାୟତା କିମ୍ବା ଇନସୁରାନ୍ସ ଟଙ୍କା ଚାଷୀ ପାଇ ପାରିନାହାନ୍ତି । ଚାଷୀ ନିଜ ହକର ପ୍ରାପ୍ୟ ଯଦି ପାଇ ପାରିବେ ନାହିଁ ତାହେଲେ କାହିଁକି କୃଷି ସେବା ସମବାୟ ସମିତିରେ ନାମ ପଂଜିକୃତ କରିବେ ବା କୃଷି ସେବା ସମବାୟ ସମିତି ର କମିଟି ନିର୍ବାଚନରେ ଅଂଶ ଗ୍ରହଣ କରିବେ । ସେଇଥିପାଇଁ ଆଜି ଗାଇସିଲାଟ ବ୍ଲକ ଅଂଚଳର ଚାଷୀମାନେ ଜେତେ ଦିନଯାଏଁ ସେମାନଙ୍କ ଇନସୁରାନ୍ସ ପଇସା ନପାଇଛନ୍ତି ସେତେ ଦିନ ଯାଏଁ କୃଷି ସେବା ସମବାୟ ସମିତରେ ହେଉଥିବା ନିର୍ବାଚନରେ ଅଂଶଗ୍ରହଣ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.