ହଜିଗଲା ମାନବିକତା, ଛୁଆକୁ ଜନ୍ମ କରି ରାସ୍ତାରେ ଛାଡ଼ି ଚାଲିଗଲା ମା’

ନବରଙ୍ଗପୁର ୩୧।୦୫: ମା ଭୁଲିଗଲା ବାତ୍ସଲ୍ୟ ମମତା ।  ରାସ୍ତା କଡରେ ନିଜ ଜନ୍ମିତ ସନ୍ତାନକୁ ଛାଡି ଚାଲିଗଲା ।  ମାନବିକତା ହରାଇ ନିଜ ଶିଶୁ ପୁତ୍ର କୁ  ଜନ୍ମ କରି ଏକ ଲଟା ବୁଦା ସ୍ଥାନରେ ଛାଡ଼ି ଚାଲିଯାଇଛି ମା । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବାଇଗାଁ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ,  ଡାବୁଗାଁ ବ୍ଲକ ଅନ୍ତର୍ଗତ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାର୍ଶ୍ଵରେ ଜଣେ ଗର୍ଭବତୀ ମହିଳା ଗୋଟିଏ ଶିଶୁପୁତ୍ର ଜନ୍ମ କରି ଏକ ଲଟା ବୁଦା ଥିବା ନିର୍ଜନ ସ୍ଥାନରେ  ଛାଡି ଚାଲିଯାଇଥିଲା । ସ୍କୁଲ ପାର୍ଶ୍ଵରେ ଥିବା ଲଟା ବୁଦା ମଧ୍ୟରୁ ଶିଶୁଟିର କାନ୍ଦ ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତୀ  ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା । ଏହି ସମୟ ମଧ୍ୟରେ ଶିଶୁକୁ ପିମ୍ପୁଡ଼ି ବେଡି ଦେଇଥିଲେ ।  ଶିଶୁ ପୁତ୍ର ର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା ।  ମହିଳା ଚମ୍ପା ତନ୍ତୀ ଲଟା ବୁଦା ମଧ୍ୟରୁ ଶିଶୁକୁ ଯତ୍ନ ର ସହ କାଡ଼ି ନିଜ ଘରକୁ ନେଇ ସଫା ସୁତୁରା କରି ରଖିଥିଲା  । 

Leave A Reply

Your email address will not be published.