ବାଲେଶ୍ୱର ଜିଲ୍ଲା ପରିଦର୍ଶନ କଲେ ୧୮୧ ଜଣ ଆଇଏଏସ ପ୍ରବେସନାରି

ଜଳେଶ୍ୱର ୦୧/୦୬ : ଭାରତ ଦର୍ଶନରେ ଆସି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକ ବୁଲି ଦେଖିଲେ ଆଇଏସ ପ୍ରବେସନାରୀ। ୫ଟି (5t) ପାଇଁ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଯାହାକି ସବୁ କ୍ଷେତ୍ରରେ ମଡେଲ ରାଜ୍ୟ ଭାବରେ ପରିଣତ ହୋଇଛି। ଓଡ଼ିଶାରେ ସ୍ମାର୍ଟ ସ୍କୁଲ ୫ଟି(5t) ରୂପାନ୍ତରଣ ମଡେଲ, ଗ୍ରାମୀଣ ବିକାସ, ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନା କେମିତି ହେଉଛି ଏହା ବୁଲିଦେଖିଛନ୍ତି।  ଏହା ସହିତ ଦକ୍ଷତା ବିକାଶ ଓ ଶିକ୍ଷା ଅର୍ଜନ ପାଇଁ ମସୋରିରେ ଥିବା ଲାଲ ବହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନଷ୍ଟ୍ରେସନ ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ୱରେ ୧୮୧ଜଣ ଆଇଏଏସ ପ୍ରବେସନାରି ଅଫିସର ଭାରତ ଦର୍ଶନ କାର୍ଯ୍ୟକ୍ରମରେ ଓଡିଶା ଆସିଥିଲା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକରେ ୩ଜଣ, ବାଲିଆପାଳ ବ୍ଲକରେ ୩ଜଣ, ବସ୍ତା ବ୍ଲକରେ ୪ଜଣ ପ୍ରବେସନାରି ଗତକାଲି ସନ୍ଧ୍ୟାରେ ପହଞ୍ଚି ୫ଟି ସ୍କୁଲ, ଡାକ୍ତର ଖାନା ଓ ବାତ୍ୟା ଆଶ୍ରୟ ସ୍ଥଳୀ ସହିତ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ବୁଲି ଦେଖିବା ସହିତ ସମସ୍ତ କଥା ପଚାରି ବୁଝିଛନ୍ତି। ଏହି ସମୟରେ ସମସ୍ତ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଜିପିଓ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.