ସେବାର ଅନ୍ୟନାମ ନିରୁପମା ମଲ୍ଲିକ..

କନ୍ଧମାଳ : ନାଁ ତାଙ୍କର ନିରୁପମା ମଲ୍ଲିକ ସାରା ଜୀବନକାଳ ସରକାରୀ ଚାକିରିରେ ରହି ଗରିବ ଅସହାୟ ମାନଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିବା ମଣିଷଟେ ହେଉଛନ୍ତି ସେ । ଜୀବନ କାଳରେ  ନିଜ କର୍ତ୍ତବ୍ୟକୁ ଉତ୍ତମ ରୂପେ ସୂଚାର କରିବା ସହ ସରକାରୀ ସ୍ତରରେ ରହି ଗରିବ ଅସହାୟ ମାନଙ୍କୁ ଯଥା ସମ୍ଭବ ସେବା ଯୋଗେଇ ଦେଇଥାନ୍ତି । ସେଥି ପାଇଁତ ସେ ସମସ୍ତଙ୍କର ପ୍ରୀୟ ମଣିଷ । ତେବେ ୧୯୮୯ ଅକ୍ଟୋବର ୩ରେ ଚାକିରି ଜୀବନ ଆରମ୍ଭ କରିଥିଲେ ୧୯୯୦ ଟ୍ରେଜେରି ଅଫିସର୍ ହେଲେ ୧୯୯୬ ପଂଚାୟତ ରାଜ ବିଭାଗ ଅଣ୍ଡର ସଚିବ ୧୯୯୬ରୁ ୨୦୦୪ ପଂଚାୟତ ରାଜ ବିଭାଗରେ ଚାକିରି କରିବା ପରେ ୨୦୦୪  ରୁ ୨୦୦୬ ରାଜସ୍ବ ବିଭାଗ ରେ ୨୦୦୬ ରୁ ୨୦୧୦  ଆସିସଟାଣ୍ଡ କମିଶନର ଡେପୁଟି କମିଶନର ତଥା ଜଏଂଟ କମିଶନର ଭୁବନେଶ୍ୱର ଓ ପୁରୀରେ ଥିଲେ। ୨୦୧୦ ରୁ ୨୦୧୨ରେ ପଂଚାୟତ ରାଜ ବିଭାଗ । ୨୦୧୨-୧୩  ଏମ ଏସ ଏମ ଇ  ବିଭାଗ । ୨୦୧୩ ରୁ ହଉସିଂ ବୋର୍ଡ଼ରେ ଚିଫ ଆକାଉଣ୍ଟ ଅଫିସର୍ । ୨୦୧୪ ରୁ ୨୦୧୭ ଆଡିସନାଲ ସେକ୍ସନ ୨୦୧୮  ରୁ  FA Cum special secretary ଭାବେ କାର୍ଯ୍ଯ କରିଥିଲେ । ପରେ ନୋଡାଲ ଅଫିସର୍ ଭାବେ କନ୍ଧମାଳ ଜିଲ୍ଲା , ନୟାଗଡ଼ ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରି ପରିଶେଷରେ ଅବସର ନେଇ ଥିଲେ । ତେବେ ବିଶେଷକରି କନ୍ଧମାଳ ଜିଲ୍ଲା ପାଇଁ ବହୁତ୍ ଶ୍ରୀମତୀ ମଲ୍ଲିକ ଅନେକ ଉନ୍ନୟନ୍ନ ମୂଳକ କାର୍ଯ୍ୟ କରିଛନ୍ତି । ଖାସ୍ କରି ପାନୀୟ ଜଳ , ବିଜୁ ପକ୍କା ଘର ଓ ପ୍ରଧାନ ମନ୍ତ୍ରି ଆବାସ ଯୋଜନା ମିଶନ ଶକ୍ତିରେ ବହୁତ୍ କାର୍ଯ୍ୟ କରିଛନ୍ତି । ଆଗମୀ ଦିନରେ କନ୍ଧମାଳ ଜିଲ୍ଲାର ଗରିବ ଲୋକଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ଚାକିରିରୁ ଅବସର ନେବା ପରେ ଶ୍ରୀମତୀ ମଲ୍ଲିକ  ଜି ଉଦୟଗିରି ବିଧାନସଭା ଆସନ ପାଇଁ  ଆଗ୍ରହୀ ରହିଛନ୍ତି । ଏବଂ ଆଗମୀ ଦିନରେ ରାଜନୀତିରେ ପାଦ ଥାପି ବାକି ଜୀବନ ଗରିବ ଅସହାୟ ମାନଙ୍କ ସେବା କରିବେ ବୋଲି ମତପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.