ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ବୋଲେରୋ : ଜଣେ ମୃତ, ୮ ଗୁରୁତର

ଭଦ୍ରକ ୧।୬: ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଦୁର୍ଘଟଣା । ରୋଗୀ ଓ ସମ୍ପର୍କୀୟଙ୍କ ଉପରେ ଚଢିଗଲା ମେଡିକାଲ କାମରେ ନିୟୋଜିତ ବୋଲେରୋ । ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବୋଲେରୋ ଧକ୍କାରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଦ୍ରକ ମେଡିକାଲରେ ଶ୍ରୀଧର ଲେଙ୍କାଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଗୁରୁତର ଓ ଆହତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ତେବେ ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Leave A Reply

Your email address will not be published.