ବଡଧରଣର ଲୁଟ୍‌ : କେହିନଥିଲେ ଘରେ, ଗ୍ରୀଲ୍‌ ତାଡି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ୱର ୦୧।୦୬: ଭୁବନେଶ୍ୱରରେ ବଡ଼ଧରଣର ଲୁଟ୍‌ । ଘରେ ପଶି ନେଇଗଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖବର ଅନୁଯାୟୀ, ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନର ବି-୧ରୁ ଏକ ବଡଧରଣର ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ଘରର ପଛପଟ ଝରକା ଗ୍ରୀଲ୍‌ ତାଡି ଆଲ୍‌ମାରୀରୁ ସବୁ ସୁନାଗହଣା ଲୁଟି ନେଇଛନ୍ତି । ଏନେଇ ପରିବାର ଲୋକ ଜାଣିବା ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.