ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ୨ ଦିନ ହେବ ଥିଲେ ନିଖୋଜ

ସୋର ୧।୬: ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡା ପଂଚାୟତ ତିଳିଦା ଗାଁର ସନାତନ ମଲ୍ଲିକଙ୍କ ପୁଅ ବସନ୍ତ ଗତ ଦୁଇ ଦିନ ହେବ ନିଖୋଜ ଥିଲେ । ସନାତନ ପରିବାର ପକ୍ଷରୁ ବସନ୍ତ ନିଖୋଜ ଥିବା ସୋର ଥାନାରେ  ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ବସନ୍ତଙ୍କ ଶବ ଗ୍ରାମ ରାଧାକୃଷ୍ଣ ପୋଖରୀରେ ଭାସୁଥିବା ତାଙ୍କ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ବୁଧବାର ସୋର ଦମକଳ ବାହିନୀ ସହାୟତାରେ ବସନ୍ତଙ୍କ ଶବକୁ ଉଦ୍ଧାର କରି ସ୍ବେଚ୍ଛାସେବୀ ସଂଗଠନ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ଯୁବକଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.