ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପ୍ରସଙ୍ଗ, ଅନୁମତି ଦେବାଲାଗି  ଯୁକ୍ତି ବାଢିଲେ ରାଜ୍ୟ ସରକାର

ଭୁବନେଶ୍ବର ୧।୬: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ବାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା, ତାହା ଉପରେ ଓଡ଼ିଶା ସରକାର ଆଭିମୁଖ୍ୟ ରଖିଛନ୍ତି । ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କ ଆମସାର ଆକ୍ଟ-୧୯୫୮ ଓ ଏଏଟି ଆକ୍ଟ-୧୯୭୨ର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଆପତ୍ତି ଉଠାଇଥିଲା ।  ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଉଁଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନିତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେହିଭଳି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଛି । ତେଣୁ ଏହାକୁ ଅନୁମତି ଦେବାଲାଗି  ଓଡ଼ିଶା ସରକାର ଯୁକ୍ତି ବାଢିଛନ୍ତି ।

Leave A Reply

Your email address will not be published.