ଆଜି ବିଜେପିରେ ସାମିଲ ହେବେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ, କହିଲେ ‘ସାମାନ୍ୟ ସିପାହୀଟିଏ ହୋଇ କାମ କରିବି’

ନୂଆଦିଲ୍ଲୀ ୦୨/୦୬: ଆଜି ବିଜେପିରେ ସାମିଲ ହେବେ ପାର୍ଟିଗଦାର ନେତା ହାର୍ଦ୍ଦିକ ପଟେଲ । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା । ସେ ଟୁଇଟ୍ କରି କହିଛନ୍ତି, ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଇ ମୋଦୀଙ୍କ ନେତୃତ୍ୱରେ ମୁଁ ଦେଶ ପାଇଁ ସେବା କରିବାର ଉତ୍ତମ କାର୍ଯ୍ୟରେ ମୁଁ ଜଣେ ଛୋଟ ସୈନିକ ହୋଇ କାମ କରିବି । ଗତ ଦୁଇଦିନ ତଳେ ସେ ଜୁନ ୨ ଅର୍ଥାତ୍ ଆଜି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ କହିଥିଲେ ଯେ ଦଳର ରାଜନୀତି କେବଳ ବିରୋଧ କରିବାକୁ ସୀମିତ ରହିଛି ।

Leave A Reply

Your email address will not be published.